Monday, April 29, 2024
Uncategorized

ହେ ମହାପ୍ରଭୁ…….
ନଦେଇ ନଦେଇ ଦେଇଛ ଗୋସାଇଁ
କି ଅସରନ୍ତି ଭଣ୍ଡାର!
କିଛି ନମାଗି ବି ପାଇଛି ସୃଷ୍ଟିର
ମନୋରମ ଅଳଂକାର।
ଭକ୍ତିଦେଇ ମନ କରିଛ ନିର୍ମଳ
ପ୍ରେମରେ କଲ କୋମଳ,
ଦୟାଭାବ ଦେଇ କରିଛ ହେ ସାଇଁ
ହୃଦକୁ ସ୍ବଚ୍ଛ ବିମଳ।
ଚକ୍ଷୁ ଦେଲ ତୁମ ବିଚିତ୍ର ସୃଷ୍ଟିର
ଚିତ୍ର ଦେଖେ ମନଭରି,
ଶ୍ରବଣ ଦେଇଛ ସୃଜନୀ ସଂଗୀତ
 ଶୁଣିବାପାଇଁ ହେ ହରି।
ବୁଦ୍ଧି ଦେଇ ତୁମ ସୁଂଦର ସୃଷ୍ଟିରେ
କଲ ମୋତେ ଶ୍ରେଷ୍ଠ ଜୀବ,
ଚିନ୍ତନ ଦେଇ ମୋ ଚିତ୍ତ ତୁମ ପାଦେ
ରଖିଲ ହେ ରାଧାଧବ।
କହିବି କିପାଇଁ କିଛି ଦେଲନାହିଁ
ଦେଇଥାନ୍ତ କିବା ଆଉ?
ଏତିକି ମାଗୁଣି ଅପାତ୍ର ନହୁଏ
ମୁଁ ସେ ଦାନର ମହାବାହୁ।

କୁଳମଣି ଷଡଙ୍ଗୀ

Click to rate this post!
[Total: 0 Average: 0]

Leave a Reply