Sunday, June 23, 2024
Uncategorized

ଦେବଯାନୀ
ଷୋଡଶ କଳିକା
ରାଗ:-ଶଙ୍କରାଭରଣ
(‘ହେ ଆନନ୍ଦମୟ କୋଟି ବ୍ରହ୍ମାଣ୍ଡ ପାଳକ’ ସ୍ୱରରେ ଗାଇବେ)
——————————————————————-
ବୃହସ୍ପତିଙ୍କୁ ପ୍ରଣମି ବୋଲନ୍ତି ବାସବ,
“ରକ୍ଷଲୋକେ କେତେଦିନ କଚ ରହିଥିବ,
ତା’ର ପଡୁନି କି ମନେ ?
ଯାଇଅଛି ବୋଲି ସଂଜୀବନୀର କାରଣେ।।

ଏଣେ ଚାହିଁ ବସିଛନ୍ତି ଦୁର୍ଦ୍ଧଷ ଦାନବେ,
ଜୟକରି ସ୍ୱର୍ଗଲୋକ ଇନ୍ଦ୍ରପଦ ନେବେ,
ମୃତ୍ୟୁ ସଂଜୀବନୀ ମନ୍ତ୍ର,
କରିଅଛି ତାଙ୍କୁ ବଳ,ବୀର୍ଯ୍ୟେ,  ଅପ୍ରମିତ।।

ସମାଚାର ଦେଇଛନ୍ତି ମହର୍ଷି ନାରଦ
ରାକ୍ଷସଙ୍କ ହସ୍ତେ କଚ ହୋଇଥିଲା ବଧ,
ଦେବଯାନୀର କାରଣେ,
ଜୀବନ୍ୟାସ ଦେଇଛନ୍ତି ଆଚାର୍ଯ୍ୟଆପଣେ।।

ଆଉ କେତେଦିନ ଚାଲିଥିବ ଏହିମତେ ?
କଚ ନାଶଗଲେ ମନ୍ତ୍ର ପାଇବା କେମନ୍ତେ,
ଦେବେ ପଡିବ ପ୍ରମାଦ,
ସେବିବେ ସକଳ ଦେବ ବୃଷପର୍ବା ପାଦ।।

କହୁଥିଲେ ଦେବଋଷି ଦେବଯାନୀ ବାଳୀ-
ପ୍ରଣୟରେ ଦେବପୁତ୍ର ଯାଇଛନ୍ତି ଭଳି,
ବିସ୍ମରିଲେ କି କର୍ତ୍ତବ୍ୟ?
ଫେରିବେ କି ସ୍ୱର୍ଗଲୋକେ ଘେନି କନ୍ୟା ଭବ୍ୟ?

ମଣ୍ତିତ କରିବ ତବ ଗୃହ ସୁଶ୍ରୀ ବଧୂ,
ଅପ୍ରମିତ ହେବ ଦେବତାଙ୍କ ଦୁଃଖ ସିନ୍ଧୁ,
କିଛି କର ପ୍ରତିକାର,
ସ୍ମରଣ କରାଅ ପୁତ୍ରେ କର୍ତ୍ତବ୍ୟ ତାହାର।।

ବୃହସ୍ପତି ବୋଇଲେ ହେ ମଘବାନ ଶୁଣ,
ସନ୍ଦେହ ନ କର ଦେବପୁତ୍ରେ ଅକାରଣ,
ଦୃଢ ସିଦ୍ଧାନ୍ତ ତାହାର,
ମନେରଖ ସେହି ବୃହସ୍ପତି କୁମର।।

ସ୍ଥିତପ୍ରଜ୍ଞ ଅଟେ କଚ ଲକ୍ଷ ତାର ଏକ,
ମୃତ୍ୟୁ ସଂଜୀବନୀ ଘେନି ଫେରିବ ବାଳକ,
ତୁମ୍ଭେ କରନାହିଁ ଚିନ୍ତା,
ଚଂଚଳତା ବାଧାପ୍ରାପ୍ତ କରେ ସଫଳତା।।

ବୃହସ୍ପତି ପୁତ୍ର ନୁହେଁ ଏମନ୍ତ ଦୁର୍ବଳ,
ଦେବଯାନୀ ରୂପେ ଚିତ୍ତ କରିବ ଚଞ୍ଚଳ;
ହୋଇବାକୁ  ଲକ୍ଷ୍ୟପ୍ରାପ୍ତ ,
ଲଂଘିବ ସେ ବାଧାବିଘ୍ନ ଜୀବନେ ସମସ୍ତ  ।।

କ୍ରମଶଃ:—

Click to rate this post!
[Total: 0 Average: 0]

Leave a Reply