Thursday, May 2, 2024
Other Poems

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ(20)

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ(20)
—————————————

କୃଷ୍ଣ-ପ୍ରେମ ପାଗଳୀ ଶ୍ରୀରାଧା ଏକା ଏକା ଯମୁନାତଟ କୁଞ୍ଜବନକୁ ଯିବାପାଇଁ ବ୍ୟଗ୍ର ହେବା ଦେଖି ସଖୀମାନେ ଆକଟକରି କରୁଛନ୍ତି: –

“କାଳିଆ ଚାନ୍ଦ ଫାନ୍ଦରୁ ମୁକୁଳିବୁ କି,
ଆଳିଙ୍କି ନଭାଳି କୁଞ୍ଜେ ଯାଉଛୁ ଢୁକି,
କାଳିଆ ଚାନ୍ଦ ଫାନ୍ଦରୁ ।0।
ବଲ୍ଲଭ ନାରୀଙ୍କି ପଥେ କଲବଲ କରି ମନ୍ଥେ,
ପଲ୍ଲବଗହଳି ଲଟି ଉହାଡେ ଲୁକି ।1।
ଆଉ ନପାରିବୁ ଥରେ ଝାଡି ଦମ୍ଭ, ବାରଦରେ
ମାଡିବ କଟାକ୍ଷ ନିଆଁ ବ୍ରଜ କୁତୁକୀ ।2।
ସମ୍ଭାଳିବୁ କି ସେ କଳା ଜମ୍ଭାରାତି ହାତୀଦଳା,
ରମ୍ଭାବନ ତାର ଯେତେ ବ୍ରଜକାମୁକୀ ।3।
ନାହିଁ ତୋ ଖାତର ସିନା କାହିଁ ଦୂରେ ତୁ ନବୀନା,
ଚାହିଁଦେଲେ ତାକୁ ବୁକୁ ଯିବ ଦୁମୁକି ।4।
ନିବସେ କାହିଁ ଗୋ ଝିଙ୍କି ଦିବସେ କୁଳବତୀଙ୍କି,
ବିବସନ କରିବାରେ ବଡ କୁତୁକୀ ।5।
ବନ୍ଦେ ଗଦାଧର ହରି ସନ୍ଦେହ ଭଙ୍ଗି ଆଚରି,
ମନ୍ଦେ ହସୁ ଗେଲେ ରତ୍ନ କଠାଉ ଠୁକି ।6।
——————————————————————–
ଟୀକା
———
କାଳିଆ ଚାନ୍ଦ–ଶ୍ରୀକୃଷ୍ଣ
ବଲ୍ଲଭନାରୀ—ଗୋପାଳ ରମଣୀ,ଗୋପୀ
ଲୁକି—ଲୁଚି
ଦମ୍ଭ ବାରଦ–ଦମ୍ଭ ତୋପ
କଟାକ୍ଷ ନିଆଁ–ଆଖିମରା ନିଆଁ
ବ୍ରଜ କୁତୁକୀ—ବ୍ରଜପୁର ରସିକ
ଜମ୍ଭାରାତି ହାତୀ—କୃଷ୍ଣବର୍ଣ୍ଣ ଐରାବତ ହାତୀ
ରମ୍ଭାବନ—କଦଳିବନ (ସବୁ ବ୍ରଜ କାମୁକୀ ଗୋପୀମାନେ ସେହି ହାତୀ ଆଗରେ କଦଳି ବନ ସଦୃଶ)
ନିବସେ–ବସ୍ତ୍ରହୀନ କରିବା।
ଗଦାଧର ହରି—ଗଦାଧର ସିଂହ(ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର)
——————————————————————–

Click to rate this post!
[Total: 0 Average: 0]

Leave a Reply