Thursday, June 13, 2024
Other Poems

ମାଡି ଆସେ କାଳରାତ୍ରି

  1. ମାଡ଼ି ଆସେ କାଳ ରାତ୍ରି,
    ସମୟ କରୁଛି ଆବାହନ ଯେତେ,
    ସତ୍ୟ ପଥର ଯାତ୍ରୀ,
    ହାତରେ ମଶାଲ ଧରି,
    ହୁଅ ଜାଗ୍ରତ ଆସିବା ପୂର୍ବରୁ ମହା କାଳ ଶର୍ବରୀ।।

ଆସ ଅରବିନ୍ଦ, ହେ ବିବେକାନନ୍ଦ !
ଆସ ହେ ଶଙ୍କରାଚାର୍ଯ୍ୟ !
ସନାତନ ଧର୍ମ ସଂକଟ ମୋଚନ
ବେଲୁର୍ ମଠର ଆର୍ଯ୍ୟ,
ଶମଶାନ ବୁକୁ ଚିରି,
ଆସ ହେ ସର୍ବେ ହାତରେ ଗର୍ବେ ଆଲୋକ ବର୍ତିକା ଧରି।।

ମାଡି ଆସୁଅଛି ପଶ୍ଚିମ ଦିଗରୁ
ସଦର୍ପେ କାଳ ଯବନ,
ଗୃହଶତ୍ରୁ ଆଜି ପୂଜାଥାଳି ହାତେ
କରେ ତାକୁ ନିମନ୍ତ୍ରଣ,
କାହିଁ ଗଲ ଚକ୍ରଧାରୀ , କେଉଁ ଠାରେ ଅଛ, ଚାଲିଆସ କୃଷ୍ଣ
ହସ୍ତେ ସୁଦର୍ଶନ ଧରି।।

ରାଜନୀତି ପଶା ଖେଳରେ ଶକୁନି
ଖେଳୁଛି କପଟ ପଶା,
ଧର୍ମ ହୋଇଛି ବିବଶ ତା ଆଗେ
ମରି ମରି ଯାଏ ଆଶା,
ଅସତ୍ୟର ମିଥ୍ୟା ଭାଷ, ବନ୍ଧନ କରେ ସତ୍ୟର ପଥ
ଆସନ୍ନ ଅଜ୍ଞାତ ବାସ।।

ପ୍ରବଳ ହେଲାଣି ଯବନର ବଳ
ଅସହାୟ ରାଜ ଦଣ୍ଡ,
ସମାପ୍ତ ହେବକି ସନାତନ ମାର୍ଗ !
ମୁଣ୍ଡ ଟେକିଲେଣି ଭଣ୍ଡ,
ଯେତେ ସତ୍ୟ ପଥଚାରୀ, ଶାଣିତ କରହେ ଆତ୍ମ ଚିନ୍ତନ
ଅସ୍ତ୍ରକୁ ଢାଲ ପରି।।

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply