Sunday, June 23, 2024
Other Poems

ଉଧାରର ଆଲୁଅ

ଉଧାରର ଆଲୁଅ
……………………….
ଜୁଳୁଜୁଳିଆ ପୋକଟି
ତାର ଅଧିକାର ମାଗିବସେ,

ସେ କଣ’କରିବ ଯେ,
ସେଇ ଆଲୁଅ ଟିକକ ତ ତାର ନିଜସ୍ବ,
ନଚାହିଁଲେ ବି ସେ ଦିକ୍ ଦିକ୍ ହେବ,
ସ୍ବତଃ ଦିକ ଦିକ୍ ହେବ।

ସେ ତ ଆଉ ଚନ୍ଦ୍ର ହେଇନି ଯେ
ସୂର୍ଯ୍ୟ ଠୁଁ ଧାର ଆଣି
ଉଧାର ଆଲୁଅରେ
ନିଜେ ଫାଟିପଡିବ।

Click to rate this post!
[Total: 0 Average: 0]

Leave a Reply