ହୃଦୟର ମୃତ୍ୟୁ ପରେ————
————————–
ହୃଦୟର ମୃତ୍ୟୁ ପରେ,ଶବାଧାରେ,
ଉଠୁଛି କୁହୁଳା ନିଆଁ,
ଅଧାପୋଡା ଅଙ୍ଗାରରୁ କି ଅଜବ-
ଗନ୍ଧ ! ପୁଣି କଳାଧୂଆଁ।
————————–
ହୃଦୟର ମୃତ୍ୟୁ ପରେ,ଶବାଧାରେ,
ଉଠୁଛି କୁହୁଳା ନିଆଁ,
ଅଧାପୋଡା ଅଙ୍ଗାରରୁ କି ଅଜବ-
ଗନ୍ଧ ! ପୁଣି କଳାଧୂଆଁ।
ସାଉଁଟି ଧରିଲା କିଏ ସେ ଜୁଇରୁ,
ମୁଠାଏ ପାଉଁଶ ନେଇ,
ସାଇତି ରଖିଲା ଗେରୁଆ ଝୁଲାରେ
ଦେହରେ ବୋଳିବା ପାଇଁ ।
ଚାଲିଗଲା ଜଣେ ସନ୍ୟାସୀ ହୋଇ
ହୃଦୟର ମୃତ୍ୟୁ ପରେ,
ତିକ୍ତ ଅନ୍ନ ଖାଇ ମୁଣ୍ଡ ଲଣ୍ଡା ହୋଇ
ଚୁଟି ଫିଙ୍ଗିଛି ପାଣିରେ।
ସମୟକୁ କରି ସାଥି ସେ ଯାଉଛି
ଦଶାଶ୍ୱମେଧ ଘାଟକୁ,
ହୃଦୟର ଅସ୍ଥି ବିସର୍ଜନ କରି
ଅମଡାରେ ଫେରିବାକୁ।
ଯାହା ବା ପଦାର୍ଥ ହେଲା ଦିଆନିଆ
ହିସାବ କିଏ ରଖୁଛି?
ଖୁଂଚଣା କାଠିର କୋକେଇ ବାଡିର,
ମୂଲ୍ୟ ବା କଣ ଅଛି !
ହଁ, ତା ହୃଦୟ ଜଳିଗଲା ବୋଲି
ବଂଚିଛି ଶୂନ୍ୟ ଛାତିରେ,
ଛାତି ସ୍ପନ୍ଦନର କିବା ମୂଲ୍ୟ ଆଉ
ହୃଦୟର ଅଭାବରେ !
ହାଟ ବଜାରରୁ କିଣାହୁଏ ବୀଣା
ସିନା ଅମୂଲ ମୂଲରେ,
ଭଙ୍ଗା ବୀଣା ବିକା ହୁଏ ଠେଲି ପେଲି
କବାଡିଆର ଭାଉରେ———————-
Click to rate this post!
[Total: 0 Average: 0]