Monday, May 6, 2024
Other Poems

ହେ ମୋ ପିତା ଗୁରୁ

ଜୀବନ ଜୀଇଁବା ପାଇଁ ଶିଖାଇଲ
ତୁମେ ଅନୁଭବ ମନ୍ତ୍ର,
ଝୁଣ୍ଟି ପଡୁ ପଡୁ ଆଶ୍ରା ଦେଇଥିଲ
ଧରିନେଇ ମୋର ହାତ।

ଶିଖିବା ବେଳର ଭୁଲ୍ ପାଇଁ ମୋର,
ଦଣ୍ଡ ଦେଇନାହଁ ତୀଳେ,
ଗଛ ଛାଇ ପରି ଆଶ୍ରା ଦେଇଥିଲ
ଶୀତ,ଖରା,ବର୍ଷା ବେଳେ।

ନିଜ ଅଭାବକୁ ଅଣଦେଖା କରି
ମୋ ଦେହକୁ ଦେଲ କନା,,
ନିଜ ଭୋଖ ନିଜ ପେଟରେ ମାରିଛ
ଦେବାକୁ ମୋ ମୁଖେ ଦାନା।

ଦୁନିଆଁ ଦାଣ୍ଡରେ ଠିଆ ହେଲି ଆଜି
ତୁମ ମହା ଶିକ୍ଷା ଦାନେ
ହେ ମୋ ପିତା ଗୁରୁ ! ପୂଜଇ ତୁମକୁ
ଏ “ଗୁରୁ ଦିବସ” ଦିନେ।

kulamanisarangi.blogspot.com

(ଖଣ୍ଡପଡାର ଆଦର୍ଶ ଶିକ୍ଷକ ମୋର ପିତା ଦିବଙ୍ଗତ ବୈଦ୍ୟନାଥ  ଷଡଙ୍ଗୀଙ୍କୁ ଗୁରୁ ଦିବସରେ ଶ୍ରଦ୍ଧାଞ୍ଜଳୀ)

Click to rate this post!
[Total: 0 Average: 0]

Leave a Reply