Thursday, June 13, 2024
Other Poems

କେତେ ଲୁହ ଝରାଇବି

କଳାକାର
———
kulamanisarangi.blogspot.com

କେତେ ଲୁହ ଲୁଚାଇବି ଏ ଆଖି ଭିତରେ ??
ଆନନ୍ଦର ଲୁହ ବୋଲି କେତେଥର
କହିବି ମୁଁ ଛଳନାରେ ? !

ଭାବିନଥିଲି ଜୀବନ ଏମିତି ବି ଜୀଇଁହୁଏ
ଭାବନା ସାହାରା ନେଇ,ରାତିଅଧେ ପୁଣି
କାନ୍ଦିବାକୁ ପଡିଥାଏ ।

ଦିନେ କାଳେ ଭାବିତ ନଥିଲି,
ମରୁଭୂମି ଓଟ ପରି କଣ୍ଟା ଚୋବାଇ ଚୋବାଇ ,
କ୍ଷରିତ ରକ୍ତରୁ ଆନନ୍ଦ ନେଇ,
ଯନ୍ତ୍ରଣାକୁ ଆନନ୍ଦ କହିବି ବୋଲି !

ଭାବିତ ନଥିଲି,
ଫୁଟିଲା ଫୁଲବଗିଚା କାଗଜର ବୋଲି।
ରଙ୍ଗଦିଆ କାଗଜରେ ପାଣି ସିଂଚି,
କାହାକୁ କେତେ କହିବି ସଜଫୁଲ ବୋଲି ?? !!

ସମୟର ଆଇନା ତ ଧୂଆଁଳିଆ ପଡିଲାଣି,
ରାତି ଅଧେ ଜହ୍ନ ଦୂର ପାହାଡରେ ବୁଡିଲାଣି।

ଏ ରାତିର ଶେଷ ପାଇଁ, ଅପେକ୍ଷା-
ମୋ ନାହିଁ ତିଳେମାତ୍ର,
କି ଭରଷା ! ଆଉ ଏକ ସୂର୍ଯ୍ୟୋଦୟ,
ଆଲୁଅର ଫୁଆରାରେ ନଦେବ ଅନ୍ଧତ୍ୱ !

Click to rate this post!
[Total: 0 Average: 0]

Leave a Reply