Wednesday, February 28, 2024
Devotional Poems

ଅସୀମ ତୁମେ ହେ

  • ଅସୀମ ତୁମେହେ——-
    kulamanisarangi.blogspot.com
    —————-
    ବନଜ୍ୟୋସ୍ନାରେ ମୁଁ ଦେଖିପାରେ ତୁମ ଛବି,
    ଭାବେ ମୁଁ ସେଇଠି ଥାଅ,ଯହୁଁ ଆସେ ରବି।
    ନିବିଡ ଅନ୍ଧାରେ ପାଏ ତୁମକୁ ମୁଁ ଖୋଜି,
    ଚକ୍ଷୁ ମୋର ଲୋଡା ବୋଲି ମାଗିବି କି ଆଜି ?

    ଆଖିର ଲୁହ ମୋର ଯାଇଛି ସରି ବୋଲି,
    କାନ୍ଦିବା ବେଳେ ଝରେ ଲହୁର ଧାର ଖାଲି।
    ତୁମ ପାଖରେ ଅଛି ଅଥଳ ଜଳରାଶି,
    ଲୋଡା ମୋର ଆଂଜୁଳାଏ,ମାଗୁଛି କି ବେଶୀ ?

    ଅର୍ବ ଖର୍ବ ତୁମ୍ଭର ସୃଷ୍ଟିର ଜୀବମାଳା,
    ତା ମଧ୍ୟରେ କୀଟ ସମ ମୋ ଜୀବନ ଲୀଳା।
    ଚାହିଁଲ ନାହିଁ ବୋଲି କହିବି କାହିଁପାଇଁ ?
    ବିଶାଳ ତରୁଛାୟା ସାମାନ୍ୟ ଲୋଡେ ମୁହିଁ ।

    ଯେଉଁ ତୂଳିର ରଂଗେ ଜୀବନ ରଙ୍ଗାୟିତ,
    ପଚାରିବି କାହିଁକି ତହିଁରେ କାହା ହାତ?
    ସହିଛ ତୁମେ ମୋର ଅସୀମ ଅତ୍ୟାଚାର,
    ମାଗିକି ପାରିବି କ୍ଷମା ସେ ମହାଶାସ୍ତିର ?

Click to rate this post!
[Total: 0 Average: 0]

Leave a Reply